Advertisement

ବ୍ୟୁରୋ: ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ଗତ ୨୨ ତାରିଖ ଶୁକ୍ରବାର  ଜଟଣୀ ଗୋଲେଇ ମାର୍କେଟ ପରିଦର୍ଶନ କରି, ବିଭିନ୍ନ ଦ୍ରବ୍ୟର ମୂଲ୍ୟ ଯୋଜନାର ତଥ୍ୟ ସଂଗ୍ରହ କରିବା ସହ ଗୁଣବତ୍ତା ଉପରେ ଦୋକାନୀ ମାନଙ୍କ ସହ ଆଲୋକପାତ କରିଥିଲେ । ସର୍ଭେ ଗଣନାକାରୀ ପ୍ରକାଶ କୁମାର ସେଠୀ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀର ମୂଲ୍ୟ ଦୋକାନୀ ମାନଙ୍କ ଠାରୁ ସଂଗ୍ରହ କରିଥିଲେ । ମନୋନୀତ ଦୋକାନ ମାନଙ୍କରୁ ସଚିବଙ୍କ ଉପସ୍ଥିତିରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ମଧ୍ୟ ସଂଗ୍ରହ କରାଯାଇଥିଲା। ଏହି ଗସ୍ତ ସମୟରେ ସଚିବ ଦୋକାନୀମାନଙ୍କୁ ମୂଲ୍ୟ ତଥ୍ୟ ସଂଗ୍ରହର ଗୁରୁତ୍ୱ ବିଷୟରେ ବୁଝାଇବା ସହ ସବୁ ସମୟରେ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *