Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ଶ୍ରୀ ଜଗନ୍ନାଥ ମହୋତ୍ସବ’ । ଏହି ମହୋତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଶ୍ରୀ ଶ୍ରୀ ଦାରୁବ୍ରହ୍ମ ମହାପ୍ରଭୁଙ୍କର ଭବ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ଏବଂ  ଶ୍ରୀ ଶ୍ରୀ ରଧାମାଧବ ଜୀଉ ଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଶ୍ରୀ ଜଗନ୍ନାଥଙ୍କ ୨୪ ବେଶ ଦର୍ଶନ କରିବା ସହ ମହାପ୍ରଭୁଙ୍କ ୫୬ ଭୋଗ ଓ ବସ୍ତ୍ରର ଦର୍ଶନର ସୌଭାଗ୍ୟ ପାଇବେ। ପ୍ରଥମ ଦିବସରେ ଶତାଧିକ ସାଧୁସନ୍ଥଙ୍କ ଶୋଭାଯାତ୍ରା ହେବାର କାର୍ଯ୍ୟକ୍ରମ  ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭକ୍ତ ମାନଙ୍କ ଆମୋଦ ପ୍ରମୋଦ ପାଇଁ ମିନା ବଜାର , ଦୋଳି ଓ ସୁସ୍ୱାଦ ଖାଦ୍ୟର ବନ୍ଦୋବସ୍ତ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ ଆମିଷ ଖାଦ୍ୟ ଓ ମଦ୍ୟପାନ ନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅଞ୍ଚଳ ବାସୀଙ୍କୁ ନିବେଦନ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ କୁହାଯାଇଛି। ଭୁଷଣ୍ଡପୁର ସରପଞ୍ଚ ସୌରଭ କୁମାର ଦାଶ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ସଞ୍ଜୟ ପଟ୍ଟନାୟକ , ରଥଯାତ୍ରା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସନ୍ତୋଷ ପାତ୍ର , ଦାରୁବ୍ରହ୍ମ ରଥଯାତ୍ରା କମିଟି ସଭାପତି ହୁଲାସ ବେହେରା, ଉପ-ସଭାପତି ରବିନ୍ଦ୍ର କୁମାର ସାମନ୍ତରାୟ , ବାଇଧର ମହାରଣା ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *