Advertisement

ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବରେ ପରିଚିତ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ, ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଟାଙ୍ଗୀ ମିଡ଼ିଆ ସେବା ସଂଘ ଆୟୋଜନ କରାଯାଇଥିଲା।

ସଂଘର ସଭାପତି ରବୀନ୍ଦ୍ର କୁମାର ରଣାଙ୍କ ପୌରହିତରେ ଆୟୋଜିତ ସଭାରେ ଅତିଥି ଭାବେ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମାଜର ଜାଗ୍ରତ ପହରୀ ଏବଂ ଗଣତନ୍ତ୍ରର ରକ୍ଷା କବଚ ବୋଲି ମତବ୍ୟକ୍ତ କରିଥିଲେ । ସଂଘର ସମ୍ପାଦକ ସନ୍ତୋଷ ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିବା ସହ, ନିଜ ସାମ୍ବାଦିକତା ଜୀବନର ଅନୁଭୂତି ବିଷୟରେ କହିଥିଲେ। ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ , ସଂଗ୍ରାମ କେଶରୀ ପଟ୍ଟନାୟକ ଓ ସଂଘର ଉପଦେଷ୍ଟା ଭାଗିରଥୀ ଛୋଟରାୟ ନିଜର ସାମ୍ବାଦିକତା ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଦେବେଶ ପରିଡ଼ା , ଅଶ୍ୱିନୀ କୁମାର ପରିଡ଼ା , ବୈକୁଣ୍ଠ ପ୍ରଧାନ , ପ୍ରଦୀପ କୁମାର ସାହୁ , ବିଷ୍ଣୁ ଖୁଣ୍ଟିଆ , ପ୍ରତାପ ମହାରଣା , ରମେଶ କୁମାର ନାଇଡୁ , ବିଜୟ କୁମାର ବାହୁବଳେନ୍ଦ୍ର , ପ୍ରସନ୍ନ କୁମାର ସ୍ୱାଇଁ , ଦେବୀ ପ୍ରସାଦ ଦାସ , ଯୋଗେନ୍ଦ୍ର ରାମ ପ୍ରମୁଖ ନିଜ ନିଜର ସାମ୍ବାଦିକତା କ୍ଷେତ୍ରରେ ଅତିବାହିତ ସମୟର କାହାଣୀ କହିଥିଲେ । ସଂଘର ସମ୍ପାଦକ ସହ-ସମ୍ପାଦକ କାହ୍ନୁ ଚରଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *