Advertisement

ଜଟଣୀ,୧୬/୭, ବୁଧବାର ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ  ପୁରୀ -ଗୁଣୁପୁର ଟ୍ରେନ ପହଁଚିବା ପରେ, ୩ଜଣ ବ୍ୟକ୍ତି ସାଧା ପୋଷାକରେ ଯାତ୍ରୀ ମାନଙ୍କୁ ଟ୍ରେନ୍ ଟିକେଟ ମାଗି ଯାଞ୍ଚ କରୁଥିବା ଦେଖି କିଛି ଯାତ୍ରଙ୍କ ସେମାନଙ୍କ ଉପରେ ସନ୍ଦେହ ହେଇଥିଲା। ଯାତ୍ରୀମାନେ କାର୍ଯ୍ୟରତ ଟିଟିଆଇ ଙ୍କୁ ଏହି ବିଷୟରେ ଖବର ଦେଇଥିଲେ।

ପରେ ସେମାନଙ୍କୁ ଆଣି ଟିକେଟ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପଚାରଉଚୁରା କରିବା ପରେ ଜଣା ପଡିଥିଲା ଷ୍ଟେସନ ଭିତରେ ଟ୍ରେନ୍ ଟିକେଟ ଯାଞ୍ଚ କରିବା ପାଇଁ ସେମାନଙ୍କ ପାଖରେ କୌଣସି ଡକୁମେଣ୍ଟ ନଥିଲା। ତେଣୁ ଟିକେଟ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରପିଏଫ ଓ ଜିଆରପି ଙ୍କୁ ଖବର ଦେବା ପରେ ଉଭୟ ଅଧିକାରୀ ଆସି ଘଟଣାର ଯାଞ୍ଚ କରିଛନ୍ତି। ସେମାନଙ୍କୁ ଅଧିକ ପଚାରଉଚୁରା କଲେ ଅଧିକ ସୂଚନା ମିଳିପାରିବ।

Advertisement

Leave a Reply

Your email address will not be published. Required fields are marked *